ବିହାର ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ି ରାଜ୍ୟସଭା ଯିବେ ନୀତିଶ କୁମାର!
Advertisement
trendingNow11139091

ବିହାର ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ି ରାଜ୍ୟସଭା ଯିବେ ନୀତିଶ କୁମାର!

ସାମ୍ବାଦିକମାନଙ୍କ ସହ ଏକ ଅନୌଚାରିକ ବାର୍ତ୍ତାଳାପରେ ଦିଆଯାଇଥିବା ମନ୍ତବ୍ୟ ବହୁତ କଳ୍ପନା ଜଳ୍ପନା ସୃଷ୍ଟି କରିଛି । ଚର୍ଚ୍ଚା ଚାଲିଛି ଯେ ୧୬ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଏକ ନୂତନ ଭୂମିକା ପାଇଁ ଆଗ୍ରହୀ ଅଛନ୍ତି । ଏପରିକି ତାଙ୍କୁ ଉପରାଷ୍ଟ୍ରପତି କରାଯାଇପାରେ ବୋଲି ଚର୍ଚ୍ଚା ମଧ୍ୟ ଚାଲିଛି । ଆସନ୍ତା କିଛି ଦିନ ମଧ୍ୟରେ ଉପରାଷ୍ଟ୍ରପତି ପଦ ଖାଲି ହେବାକୁ ଯାଉଛି ।

ବିହାର ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ି ରାଜ୍ୟସଭା ଯିବେ ନୀତିଶ କୁମାର!

ନୂଆଦିଲ୍ଲୀ: Bihar CM Nitish Kumar: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର  (Bihar CM Nitish Kumar) ରାଜ୍ୟସଭା (Rajya Sabha) କୁ ଯିବେ କି? ବାସ୍ତବରେ ରାଜ୍ୟରେ ବିଜେପି (BJP) ସହ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ ସେ ଦିନେ ରାଜ୍ୟସଭାକୁ ଯିବାକୁ ଚାହୁଁଛନ୍ତି । ଯଦି ନୀତିଶ ରାଜ୍ୟସଭାକୁ ଯାଆନ୍ତି, ତେବେ ସେ ବିହାରର ଅନ୍ୟ ଦୁଇ ଭେଟେରାନ ନେତା ଲାଲୁ ପ୍ରସାଦ ଯାଦବ (Lalu Prasad Yadav) ଓ ସୁଶୀଲ କୁମାର ମୋଦି (Sushil Kumar Modi) ଙ୍କ ସହ ବରାବର କରିନେବେ । ଏହି ଉଭୟ ନେତା ସଂସଦ ଓ ବିଧାନସଭାର ସମସ୍ତ ଗୃହର ସଦସ୍ୟ ରହିସାରିଛନ୍ତି ।

ବୁଧବାର ସକାଳେ ନୀତିଶ କୁମାର (Nitish Kumar) ବିହାର ବିଧାନସଭାରେ ନିଜ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ସେ ଯେକ କୌଣସି ସମୟରେ ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛନ୍ତି । ଅଦ୍ୟାବଧି ସେ ବିହାର ବିଧାନସଭା, ବିଧାନ ପରିଷଦ ଏବଂ ଲୋକସଭା ସଦସ୍ୟ ରହିସାରିଛନ୍ତି । ସାମ୍ବାଦିକମାନଙ୍କ ସହ ଏକ ଅନୌଚାରିକ ବାର୍ତ୍ତାଳାପରେ ଦିଆଯାଇଥିବା ମନ୍ତବ୍ୟ ବହୁତ କଳ୍ପନା ଜଳ୍ପନା ସୃଷ୍ଟି କରିଛି । ଚର୍ଚ୍ଚା ଚାଲିଛି ଯେ ୧୬ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଏକ ନୂତନ ଭୂମିକା ପାଇଁ ଆଗ୍ରହୀ ଅଛନ୍ତି । ଏପରିକି ତାଙ୍କୁ ଉପରାଷ୍ଟ୍ରପତି କରାଯାଇପାରେ ବୋଲି ଚର୍ଚ୍ଚା ମଧ୍ୟ ଚାଲିଛି । ଆସନ୍ତା କିଛି ଦିନ ମଧ୍ୟରେ ଉପରାଷ୍ଟ୍ରପତି ପଦ ଖାଲି ହେବାକୁ ଯାଉଛି ।

ବୁଧବାର ନୀତିଶ କୁମାର (Nitish Kumar) ଙ୍କୁ ପଚାରା ଯାଇଥିଲା ଯେ ସେ ନାଲନ୍ଦା (Nalanda) ଲୋକସଭା ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ଦୌଡ଼ରେ ଅଛନ୍ତି କି? ଏହା ଉପରେ ସେ କହିଛନ୍ତି ଯେ, "ଆଦୌ ନୁହେଁ ।" ସେ ରଦ୍ଦ ହୋଇଥିବା ବାର୍ (Barh) ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତ କରୁଛନ୍ତି, ଯେଉଁଠାରୁ ସେ ୬ ଥର ଜିତିଥିଲେ । ବାରର ମୁଖ୍ୟ ଅଂଶ ବର୍ତ୍ତମାନ ନାଲାନ୍ଦାରେ ଅଛି ।

କିନ୍ତୁ ଯେତେବେଳେ ସେ ରାଜ୍ୟସଭା ସଦସ୍ୟ ହେବାକୁ ଚାହାଁନ୍ତି କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ, "ମୋତେ ରାଜ୍ୟସଭା ଯିବାକୁ କୌଣସି ଅସୁବିଧା ନାହିଁ । କିନ୍ତୁ ବର୍ତ୍ତମାନ ମୋ ପାଖରେ ମୁଖ୍ୟମନ୍ତ୍ରୀର ଦାୟିତ୍ୱ ଅଛି । ମୁଁ ୧୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଛି, ତ ମୋତେ ଜାଣା ନାହିଁ..."

ରାଜନୈତିକ ମହଲରେ ନୀତିଶ କୁମାରଙ୍କ ଇଚ୍ଛାକୁ ଅଲଗା ଅଲଗା ଭାବରେ ବ୍ୟାଖ୍ୟା କରାଯାଉଛି । ବିହାର ଏନଡିଏ (BJP-led National Democratic Alliance:NDA) ନେତାଙ୍କ ଏକ ଗୋଷ୍ଠୀ ମନେ କରେ ଯେ ଦିଲ୍ଲୀର ଏକ ସମ୍ମାନଜନକ ଦାୟିତ୍ୱ ବିଷୟରେ ତାଙ୍କୁ ସୂଚନା ଦିଆଯାଇଛି କିମ୍ବା ସେ ବିଜେପି ନେତୃତ୍ୱକୁ ଏକ ଆଇଡିଆ ଦେଇଛନ୍ତି ଯାହାକୁ ସେମାନେ ବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି ।

ଏହା ବି ପଢ଼ନ୍ତୁ:-ସଙ୍କଟରେ ଉଦ୍ଧବ ସରକାର! ସୋନିଆଙ୍କୁ ଭେଟିବା ପାଇଁ ସମୟ ମାଗିଲେ ୨୫ ବିଧାୟକ

ଏହା ବି ପଢ଼ନ୍ତୁ:-ବିଜେପି ଛାଡ଼ି ଏହି ଦଳରେ ଯୋଗ ଦେବେ ବରୁଣ ଗାନ୍ଧୀ!

ଏହା ବି ପଢ଼ନ୍ତୁ:-ସୁଖମୟ ଜୀବନ ପାଇଁ ପୁରୁଷମାନେ ଖାଆନ୍ତୁ ଏହି ୩ଟି ଜିନିଷ, 'ଷ୍ଟାମିନା' ବଢ଼ିବା ସହ ଦୂର ହେବ ଯୌନ ସମସ୍ୟା

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ବିଭିନ୍ନ ଯୌନ ସମସ୍ୟାର ରାମବାଣ ଚିକିତ୍ସା ହେଉଛି ଏହି ୫ଟି ଟିପ୍ସ; ଥରେ ଆପଣାନ୍ତୁ, ପାର୍ଥକ୍ୟ ଦେଖି ହୋଇଯିବ ଦିଲ୍ ଖୁସ୍

 

ନୀତିଶ ୨୦୨୦ର ବିଧାନସଭା ନିର୍ବାଚନରେ ଲଗାତାର ଦ୍ୱିତୀୟ ଥର ପାଇଁ ଜିତିଥିଲେ, କିନ୍ତୁ ଏନଡିଏ (NDA) ମେଣ୍ଟରେ ତାଙ୍କ ଦଳ ଜନତା ଦଳ ୟୁନାଇଟେଡ୍ (JDU) ସହଯୋଗୀ ବିଜେପି ଅପେକ୍ଷା କମ୍ ସିଟ୍ ଜିତିଥିଲା ​​ଓ ସାମଗ୍ରିକ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲା । ଗତ ଦୁଇ ବର୍ଷ ମଧ୍ୟରେ ବିଜେପି ସହ ମେଣ୍ଟ ଅତି ତିକ୍ତତା ପୂର୍ଣ୍ଣ ରହିଆସିଛି ।

Trending news